ନୂଆଦିଲ୍ଲୀ: ଦିଲ୍ଲୀରେ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ହେବାକୁ ଯାଉଛି। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ସରକାରଙ୍କ ପ୍ରସ୍ତାବକୁ ଅନୁମତି ଦେଇଛି। ବର୍ତ୍ତମାନ ସାଢେ ସାତ ହଜାର ବଦଳରେ ସେମାନେ ମାସକୁ ୧୫ ହଜାର ଟଙ୍କା ପେନ୍ସନ୍ ପାଇବେ।
ଆଗାମୀ କିଛି ମାସ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ। ଦିଲ୍ଲୀ ବିଧାନସଭା ବାଚସ୍ପତି ରାମନିୱାସ ଗୋଏଲ କହିଛନ୍ତି ଯେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପାଇଁ ପାଞ୍ଚରୁ ଛଅ ମାସ ସମୟ ଲାଗିପାରେ। କାରଣ ଏହି ପ୍ରସ୍ତାବ ଦିଲ୍ଲୀ ବିଧାନସଭାରୁ ଅନୁମତି ନେବା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଯିବ। ସେଠାରୁ ଅନୁମତି ପାଇବା ପରେ ଏହାକୁ ଦିଲ୍ଲୀ ବିଧାନସଭାକୁ ଅଣାଯିବ। ବିଧାନସଭାର ଅନୁମତି ପରେ ଏହା ପୁଣି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ସେଠାରୁ ଅନୁମତି ପାଇବା ପରେ ଏହାକୁ ଅନୁମୋଦନ କରାଯିବ।