ମୋହନା: ଆଜି ସ୍ଥାନୀୟ କଣ୍ଟେଇକୋଳିସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ ପରିସରରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ମୋହନା ର ପୂର୍ବତନ ବିଧାୟିକା ତଥା ଅନୁଷ୍ଠାନ ର ସଭାପତି ସୁଶ୍ରୀ ବାସନ୍ତି ମଳିକ ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପତାକା ଉତ୍ତୋଳନ ଓ ଅଭିବାଦନ ଗ୍ରହଣ କରିଥିଲେ।

ସମ୍ମାନିତ ଅତିଥି ରୂପେ ମୋହନା ର ବରିଷ୍ଠ ଶିକ୍ଷାବିତ୍ ମଧୁସୂଦନ ପାଢ଼ୀ, ଅନୁଷ୍ଠାନ ର ସଂପାଦକ ଦଣ୍ଡାସି ସାହୁ, ସହ- ସଂପାଦକ ମନୋଜ କୁମାର ସାହୁ, ମୋହନା ଉନ୍ନୟନ ପରିଷଦ ର ସଂପାଦକ ରସାନନ୍ଦ ପାଣି, ଅବସରପ୍ରାପ୍ତ ଶିକ୍ଷକ ପ୍ରଶାନ୍ତ ବୀର, ଅନୁଷ୍ଠାନ ର ସମସ୍ତ ପରିଚାଳନା କମିଟି ବୃନ୍ଦ, ଅନୁଷ୍ଠାନ ର କୋଡିନେଟର ରାମେଶ୍ଵର ପାତ୍ର, ବଧିର ବିଭାଗ ର ଅଧ୍ୟକ୍ଷ ଅଖିଳ କୁମାର ସାହୁ, ଦୃଷ୍ଟିହୀନ ବିଭାଗ ର ଅଧ୍ୟକ୍ଷା ପଦ୍ମିନୀ ମହାନ୍ତ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ।