ଅନ୍‌ଲାଇନ୍‌ରେ ଲିକ୍‌ ହେଲା ‘ବେଲ ବଟମ୍‌’

ମୁମ୍ବାଇ: ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କୁ ଲାଗିଲା ଝଟ୍‌କା । ଅନ୍‌ଲାଇନ୍‌ରେ ଲିକ୍‌ ହେଲା ତାଙ୍କ ନୂଆ ଫିଲ୍ମ । ବଡ଼ ପରଦାରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ବେଲ ବଟମ୍‌’ ଅନ୍‌ଲାଇନ୍‌ରେ ଲିକ୍‌ ହୋଇଥିବା ନେଇ ସୂଚନା ମିଳିଛି । ଏହି ଫିଲ୍ମଟି ସ୍ପାଇ ଥ୍ରୀଲର ପାଏରେଟେଡ ସାଇଟ୍‌ରେ ଏଚ୍‌ଡି ଫର୍ମାଟରେ ଉପଲବ୍ଧ ହୋଇଛି । କେବଳ ସେତିକି ନୁହେଁ ଏହାର ଫ୍ରି ଡାଉନଲୋଡ ସୁବିଧା ମଧ୍ୟ ରହିଛି ।

ମହାମାରୀ କରୋନା ଯୋଗୁଁ ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ଫିଲ୍ମ ହଲ ସବୁ ବନ୍ଦ ରହିଥିଲା । ତେବେ ପୁଣି ଥରେ ଫିଲ୍ମ ହଲ୍ ସବୁ ଖୋଲିଛି । ଏହାକୁ ଦୃଷ୍ଟିରେ ରଖି ମେକର୍ସମାନେ ଫିଲ୍ମଟିକୁ ଓଟିଟି ବଦଳରେ ବକ୍ସ ଅଫିସରେ ରିଲିଜ କରିଥିଲେ ।