ଭୁବନେଶ୍ବର ଏମ୍ସ ଡାକ୍ତରଙ୍କ ସଫଳ ଗବେଷଣା

ଭୁବନେଶ୍ୱର,(ଏସ୍‌ ନ୍ୟୁଜ):ଭୁବନେଶ୍ୱର ଏମ୍ସ ଡାକ୍ତରଙ୍କ ସଫଳ ଗବେଷଣା। ଚିହ୍ନଟ ହେଲା ଏକ ନୂଆ ତଥା ବିରଳ ଫଙ୍ଗସ। ମଧୁମେହ ରୋଗୀ, ଅଙ୍ଗ ପ୍ରତ୍ୟାରୋପଣ କରିଥିବା ବ୍ୟକ୍ତି, କୋଭିଡ-୧୯ ଗୁରୁତର ରୋଗୀଙ୍କ ଶରୀରରେ ଏହି ଫଙ୍ଗସ ହେବାର ଆଶଙ୍କା ରହିଥାଏ। ଏହି ନୂଆ ଫଙ୍ଗସ୍‌ର ନାଁ ‘ଅରୁଣାଲୋକେ’ ରଖାଯାଇଛି। ନୂଆ ଫଙ୍ଗସ୍ ‘ଅରୁଣାଲୋକେ’ ଗୁରୁତର ରୋଗୀଙ୍କ ଶରୀରରେ ଏହା ଦେଖା ଯାଇଥିବାରୁ ଏଥି ଜନିତ ମୃତ୍ୟୁ ହାର ବେଶ ଅଧିକ। ଏଭଳି ଫଙ୍ଗସ ବିଶ୍ୱରେ ପ୍ରଥମ। ଏହାର ରଙ୍ଗ ଧଳା। ଓଡିଶାରୁ ଜଣେ ଯୁବକଙ୍କ ଶରୀରରେ ମିଳିଛି। ଉକ୍ତ ଯୁବକଙ୍କ ଦେହାନ୍ତ ହୋଇଯାଇଛି। ଉକ୍ତ ଯୁବକ ଜଣକ ଚର୍ମରୋଗ ଓ ଅଧକପାଳି ରୋଗରେ ପୀଡିତ ଥିଲେ। ୨୦୧୮ମସିହାରେ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସରେ ଭର୍ତି ହୋଇଥିଲେ। ଗତବର୍ଷ ତାଙ୍କର ଦେହାନ୍ତ ହୋଇଥିଲା। ଗବେଷଣା ପାଇଁ ଦୀର୍ଘ ୩ବର୍ଷ ସମୟ ଲାଗିଛି। ତେବେ ଏହି ଫଙ୍ଗସ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ସମ୍ଭବ ବୋଲି ଡାକ୍ତର ହାଲୁର କହିଛନ୍ତି।