ମୁମ୍ବାଇ: ଅଗଷ୍ଟ ୨୭ ରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଚେହରେ’ ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି । କିଛି ମାସ ପୂର୍ବେ ଫିଲ୍ମଟି ରିଲିଜ୍ ହେବାର ଥିଲା କିନ୍ତୁ ଲକଡାଉନ ଯୋଗୁ ରିଲିଜ୍ ହୋଇ ପାରିନଥିଲା । ଏହି ଫିଲ୍ମରେ ଅମିତାଭ ବଚ୍ଚନ ଜଣେ ଓକିଲ ଭୂମିକାରେ ଅଭିନୟ କରୁଥିବା ବେଳେ ଇମ୍ରାନ ହାସମୀ ଜଣେ ବିଜନେସ ଟାଇକୁନ୍ ଭାବେ ନଜରକୁ ଆସିବେ ।
ରୁମୀ ଜାଫରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଚେହରେ’ ରେ ଅନୁ କପୁର, କ୍ରିଷ୍ଟଲ ଡିସୁଜା,ଡ୍ରିଥିମନ ଚକ୍ରବର୍ତ୍ତି, ରଘୁବୀର ଯାଦବ, ରିୟା ଚକ୍ରବର୍ତ୍ତି, ସିଦ୍ଧାନ୍ତ କପୁର ଆଦି ପ୍ରମୁଖ ଭୂମିକାରେ ନଜରକୁ ଆସିବେ । ଫିଲ୍ମ ରିଲିଜ୍ କୁ ନେଇ ଅମିତାଭ ବଚ୍ଚନ ତାଙ୍କ ଇଂଷ୍ଟ୍ରାଗ୍ରାମରେ ପୋଷ୍ଟ ସେୟାର କରିଛନ୍ତି ।