ମୁମ୍ବାଇ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ମୁଖ୍ୟ ଭୂମିକାରେ ଅଭିନୟ କରିବେ ହ୍ରିତିକ ରୋଶନ । ଏଥିପାଇଁ ପାଇଁ ହ୍ରିତିକ୍ ରୋଶନଙ୍କ ନାଁ ବଲିଉଡ ରେ ବେଶ ଚର୍ଚ୍ଚା ହେଉଛି। ଏହାକୁ ନେଇ ଗାଙ୍ଗୁଲି ନିଜେ ପ୍ରତିକ୍ରିୟା ରଖିଛନ୍ତି । ବାୟୋପିକ ପାଇଁ ହ୍ରିତିକ୍ ରୋଶନଙ୍କୁ ଯଦି ଅଭିନୟ କରିବାକୁ ପଡିବ ତେବେ ତାଙ୍କୁ କଣ କଣ ସବୁ କାମ କରିବାକୁ ପଡିବ ତାକୁ ନେଇ ‘ଦାଦା’ ନିଜେ ଏକ ଶୋ’ ମାଧ୍ୟମରେ ଜବାବ ରଖିଛନ୍ତି। ଯେଉଁ ‘ଶୋ’ର ଭିଡିଓ ଏବେ ଭାଇରାଲ ହୋଇଛି।

ଆଇପିଏଲ ୨୦୨୦ ଲାଗି ଚାଲିଛି ଜୋରଦାର ପ୍ରସ୍ତୁତି ଚାଲିଛି । ସେପ୍ଟେମ୍ବର ୧୯ ତାରିଖରେ ହେବାକୁ ଥିବାଏହି ଆଇପିଏଲ ପାଇଁ ଦୁବାଇରେ ଅଛନ୍ତି ସୌରଭ ଗାଙ୍ଗୁଲି । ଏହାରି ମଧ୍ୟରେ ଗାଙ୍ଗୁଲି ଅଭିନେତ୍ରୀ ନେହା ଧୂପିଆଙ୍କ ଶୋ’ ‘ନୋ ଫିଲ୍ଟର ନେହା’ରେ ଅତିଥି ହୋଇଥିଲେ । ସେ ଏହି ଶୋ’ ରେ ଅନେକ ପ୍ରଶ୍ନର ମଜାଦାର ଉତ୍ତର ଦେଇଛନ୍ତି ।ଯାହାର ଭିଡିଓ ଭାଇରାଲ ହୋଇଛି । ନେହା ଧୂପିଆ ସୌରଭ ଗାଙ୍ଗୁଲିଙ୍କ ବାୟୋପିକରେ ହ୍ରିତିକ ରୋଶନ ମୁଖ୍ୟ ଭୂମିକାରେ ଅଭିନୟ କରିବା ନେଇ ପ୍ରଶ୍ନ କରିଥିଲେ । ଏଥିରେ ଗାଙ୍ଗୁଲି ମଜାଳିଆ ଜବାବ ଦେଇ ପଚାରିଥିଲେ ଗାଙ୍ଗୁଲିଙ୍କ ବାୟୋପିକ ତିଆରି ହେଉଛି କି ? ଗାଙ୍ଗୁଲି ପଚାରିଥିଲେ କିଏ କରୁଛି ? ନେହା କହିଥିଲେ ହ୍ରିତିକ ରୋଶନ କରିବେ ବୋଲି ଖବର ଶୁଣିବାକୁ ମିଳୁଛି । ଗାଙ୍ଗୁଲି କହିଥିଲେ ଏଥିପାଇଁ ତାଙ୍କୁ ମୋ ଭଳି ବଡି ବନେଇବାକୁ ହେବ। ଯେଉଁ ଉତ୍ତରକୁ ନେଇ ଉଭୟ ହସିଥିଲେ ।
ନେହାଙ୍କ ଆଉ ଏକ ପ୍ରଶ୍ନ ଉତ୍ତର ଦେବାକୁ ଯାଇ ଗାଙ୍ଗୁଲି କହିଥିଲେ ବାୟୋପିକ ଲାଗି ଯୁବରାଜ ସିଂହଙ୍କୁ ଅଭିନୟ କରିବା ଉଚିତ। ଏହି ଶୋ’ରେ ‘ଦାଦା’ ଯେଉଁ ସବୁ ପ୍ରଶ୍ନର ମଜାଦାର ଉତ୍ତର ଦେଇଛନ୍ତି ନେହା ନିଜ ଇନ୍ସଟାଗ୍ରାମରେ ସେହି ଭିଡିଓକୁ ପୋଷ୍ଟ କରିଛନ୍ତି ।
ସବୁଠାରୁ ବଡ କଥା ହେଲା ଶୋ’ରେ ଯେତେବେଳେ ଗାଙ୍ଗୁଲିଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯଦି ତାଙ୍କର ବାୟୋପିକ କରାଯାଏ ତାହେଲେ ସେ ନିଜ ଭୂମିକାରେ କାହାକୁ ଦେଖିବାକୁ ପସନ୍ଦ କରିବେ। ଜବାବରେ ସେ କହିଥିଲେ ଯେ ସେ ହ୍ରିତିକ ରୋଶନଙ୍କୁ ଦେଖିବାକୁ ପସନ୍ଦ କରିବେ ।
ତେବେ ଗତ କିଛି ବର୍ଷ ହେଲା ଖେଳାଳିଙ୍କ ଜୀବନିକୁ ନେଇ ଅନେକ ବଲିଉଡ ଫିଲ୍ମ ନିର୍ମାଣ ହେଉଛି । ୧୯୮୩ ବିଶ୍ୱକପ ବିଜେତା ଭାରତୀୟ ଟିମ ଉପରେ ମଧ୍ୟ ବାୟୋପିକ ନିର୍ମାଣ ହେଉଛି। ଭାରତୀୟ କ୍ରିକେଟ ଜଗତରେ ସୌରଭ ଗାଙ୍ଗୁଲିଙ୍କୁ ଜଣେ ସଫଳ ଅଧିନାୟକ ଭାବେ ବିବେଚନା କରାଯାଏ । ତେଣୁ ତାଙ୍କ ବାୟୋପିକ ମଧ୍ୟ ଲୋକଙ୍କୁ ଆକର୍ଷିତ କରିବ ଆଉ ପସନ୍ଦ ଆସିବ ବୋଲି ଆଶା କରଯାଉଛି ।