ଭୁବନେଶ୍ୱର,(ଏସ୍ ନ୍ୟୁଜ): ଦିନକୁ ଦିନ ପେଟ୍ରୋଲ-ଡିଜେଲ ଦର ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ବିଦ୍ୟୁତ୍ ଚାଳିକ ଯାନକୁ କିଣିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ଏହା ବ୍ୟତୀତ ପ୍ରଦୂଷଣ ରୋକିବାକୁ ବି ବିଦ୍ୟୁତ ଯାନର ବ୍ୟବହାର କରାଯାଉଛି । ଏହାରି ମଧ୍ୟରେ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ମଡେଲକୁ ଆପଣାଇବ ଓଡ଼ିଶା, ଯେଉଁଥିରେ ବିଦ୍ୟୁତ ଚାଳି ଯାନର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ । ବିଦ୍ୟୁତ ଚାଳି ଯାନ କିଣିବାକୁ ପ୍ରୋତ୍ସାହନ ଦେବେ ସରକାର । ୨ ଚକିଆ ଯାନ ପାଇଁ ସରକାର ୫ ହଜାର ଟଙ୍କାର ରିହାତି ଦେବେ ।
ସେହିପରି ୩ ଚକିଆ ଯାନ ପାଇଁ ୧୨ ହଜାର ଟଙ୍କାର ରିହାତି ମିଳିବା ସହ ୪ ଚକିଆ ଯାନ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କାର ରିହାତି ଦେବେ ସରକାର । ସରକାରୀ ଅଫିସ ବିଦ୍ୟୁତ ଚାଳିତ ଯାନ କିଣିଲେ ଅଧିକ ରିହାତି ମିଳିବ । କମ୍ପାନୀ ମଧ୍ୟ ବିଦ୍ୟୁତ ଚାଳିତ ଯାନ କିଣିଲେ ଅଧିକ ରିହାତି ମିଳିବ । ଖୁବଶୀଘ୍ର ଏନେଇ ଘୋଷଣା କରିପାରନ୍ତି ଓଡ଼ିଶା ସରକାର ।