ଭାରତ ଆସୁଥିବା ଆଫଗାନବାସୀଙ୍କ ପାଇଁ ଭାରତର ସ୍ୱଷ୍ଟ୍ରରାଷ୍ଟ୍ର ମନ୍ତ୍ରଣାଳୟ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ତାଲିବାନ ସଂଗଠନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାକାର ନାଗରିକମାନେ ଦେଶ ଛାଡ଼ିବାକୁ ଚାହୁଁଛନ୍ତି। ଭାରତ ସମେତ ଏକାଧିକ ରାଷ୍ଟ୍ର ନିଜ ଦେଶର ନାଗରିକଙ୍କ ସହ ଆଫଗାନବାସୀଙ୍କୁ ମଧ୍ୟ ଏୟାରଲିଫ୍ଟ କରାଉଛନ୍ତି। କିନ୍ତୁ ଏବେ ଏହି ଏୟାରଲିଫ୍ଟ ନିୟମରେ ଭାରତର ସ୍ୱଷ୍ଟ୍ରରାଷ୍ଟ୍ର ମନ୍ତ୍ରଣାଳୟ ବଡ଼ ପରିବର୍ତ୍ତନ କରିଛି। ମନ୍ତ୍ରଣାଳୟ କହିଛି ଯେ ଭାରତ ଆସିବାକୁ ଚାହୁଁଥିବା ଆଫଗାନିସ୍ତାନ ନାଗରିକଙ୍କ ପାଇଁ ଏଣିକି ଇ-ଭିସା ଜରୁରୀ। ଏବେ କିଛି ରିପୋର୍ଟ ପ୍ରକାଶ ପାଇଛି ଯେ ଅଧିକାଂଶ ଆଫଗାନ ନାଗରିକଙ୍କ ପାସପୋର୍ଟ ହଜି ଯାଇଛି। ଏଥିସହ ଭାରତରେ ନଥିବା ଲୋକଙ୍କ ଭିସା ମଧ୍ୟ ବାତିଲ କରାଯାଇଛି। ତେଣୁ ଭାରତ ଆସିବାକୁ ଥିବା ଯେକୌଣସି ଆଫଗାନ ନାଗରିକ ଏଣିକି ଇ-ଭିସା ପାଇଁ ଆବେଦନ କରିବେ। ଇ-ଭିସା ମିଳିବା ପରେ ସେମାନେ ଭାରତରେ ପ୍ରବେଶ କରିପାରିବେ ବୋଲି ମନ୍ତ୍ରଣାଳୟ କହିଛି।