କାବୁଲ: କାବୁଲର ହମିଦ କାର୍ଜାଇ ଇଣ୍ଟରନ୍ୟାସନାଲ୍ ବିମାନବନ୍ଦର ଫାଟକ ନିକଟରେ ଘଟିଥିବା ସିରିଜ୍ ବିସ୍ଫୋରଣ ପରେ ପୁଣିଥରେ ରବିବାର ଆଉ ଏକ ଭୟଙ୍କର ବଡଧରଣର ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲାଯେ ନିକଟବର୍ତ୍ତୀ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ପରିସ୍ଥିତି ବିଗିଡିବାରେ ଲାଗିଛି । ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ଆଖପାଖ ଅଞ୍ଚଳର ଲୋକମାନେ ଭୟଭୀତ ହୋଇପଡିଥିଲେ ବୋଲି ଜଣାପଡିଛି।

ତେବେ ଏହି ବିସ୍ଫୋରଣରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ତେବେ ୩ଦିନ ଭିତରେ ଏହା ଦ୍ୱିତୀୟ ବିସ୍ଫୋରଣ ବୋଲି କୁହାଯାଉଛି । ବିସ୍ଫୋରଣ ନେଇ ପୂର୍ବରୁ ଆମେରିକା ସତର୍କ କରାଇଥିଲା ।