ନୂଆଦିଲ୍ଲୀ: ଦେଶରେ ବଢିଲା ଅବଧି ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରୁ ଦେଶ ଏହି ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲାଗିଛି। ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଭାରତରୁ ବିଦେଶକୁ କୌଣସି ବିମାନ ଉଡାଣ ଭରିବ ନାହିଁ । ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି।
ପୂର୍ବରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ଜୁଲାଇ ୩୧ ତାରିଖରେ ଏହି ଅବଧି ଶେଷ ହୋଇଥିଲା। ପୁଣି କରୋନା ପରିସ୍ଥିତିକୁ ନଜରରେ ରଖି ପୁଣି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରିଥିଲା। ଆସନ୍ତା ମଙ୍ଗଳବାର ସମୟସୀମା ଶେଷ ହେବାକୁ ଯାଉଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ପୁଣି ସମୟସୀମାକୁ ବୃଦ୍ଧି କରାଯାଇଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଗତବର୍ଷ ମାର୍ଚ୍ଚ ୨୩ ତାରିଖରୁ ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ ସରକାର ରୋକ ଲଗାଇଥିଲେ।
Next Post