ଫେସ୍‌ବୁକରେ ପ୍ରେମକରି ଲୁଟ ଅଭିଯୋଗ ରେ ୱେବ୍ ସାମ୍ବାଦିକ ଗିରଫ

ଝାରସୁଗୁଡ଼ା: ଆଉ ଜଣେ ୱେବ ସାମ୍ବାଦିକଙ୍କୁ ଗିରଫ କରିଛି ପୋଲିସ। ଫେସବୁକ ବନ୍ଧୁତା ପ୍ରେମରେ ପରିଣତ ହେବା ପରେ ଯୁବତୀଙ୍କୁ ନିକଟରୁ ଅଢେଇ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଯୁବକ । ବିବାହ ପ୍ରତିଶ୍ରୁତି ଦେଇ ଅର୍ଥ ଲୁଟ କରିବା ପରେ ଧରାଛୁଆଁ ନଦେବାରୁ ଯୁବତୀ ଜଣକ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ବୁଧବାର ପୋଲିସ ଯୁବକଙ୍କୁ ରାଉରକେଲାରୁ ଗିରଫ କରିଛି । ଏପରି ଅଭିଯୋଗ ଝାରସୁଗୁଡ଼ା ଜିଲ୍ଲାରୁ ଆସିଛି। ଏବେ ପୁଲିସ ଜାଲରେ ପଡ଼ିଛି ପ୍ରତାରକ ସାମ୍ୱାଦିବ। ପୁଲିସ ତାଙ୍କର ଓ ତାଙ୍କ ପ୍ରଥମ ପତ୍ନୀଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରି ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁସାରେ ରାଉରକେଲା ଅଞ୍ଚଳର ଦୀପକ ଦେହୁରୀ। ତାଙ୍କର ଗୋଟିଏ ୱେବ ଚ୍ୟାନେଲ୍‌ ରହିଛି।