ଆଜି ଆସିବ ସିଦ୍ଧାର୍ଥଙ୍କ ବ୍ୟବଚ୍ଛେଦ ରିପୋର୍ଟ

ମୁମ୍ବାଇ: ଗତକାଲି ହୃଦଘାତର ଶିକାର ହୋଇ ଗତକାଲି ଆଖି ବୁଜିଥିବା ବିଗ ବସ୍‌ ବିଜେତା ସିଦ୍ଧାର୍ଥଙ୍କର ମୁମ୍ବାଇର କୁପର ହସ୍ପିଟାଲରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ୫ ଜଣିଆ ଡାକ୍ତରୀ ଟିମ୍‌ ପୁଲିସ୍‌ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରିଥିବା ବେଳେ ଏହାର ଭିଡିଓଗ୍ରାଫି ବି ହୋଇଛି। ଗତକାଲି ସମୟ ପ୍ରାୟ ଅପରାହ୍ନ ସାଢେ ୩ଟା ପରେ ସିଦ୍ଧାର୍ଥଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଏହା ୩ ଘଣ୍ଟାରୁ ଅଧିକ ସମୟ ନେଇଥିଲା। ଗତକାଲି ବିଳମ୍ବିତ ରାତିରେ ଡାକ୍ତରୀ ଟିମ୍‌ ସିଦ୍ଧାର୍ଥଙ୍କ ବ୍ୟବଚ୍ଛେଦ ରିପୋର୍ଟ ପୁଲିସ୍‌ ଟିମ୍‌କୁ ହସ୍ତାନ୍ତର କରିଥିବା ବେଳେ ଆଜି ପୁଲିସ୍‌ ତାହାକୁ ଅଫିସିଆଲି ରିଲିଜ କରିବ ବୋଲି ଜଣାଯାଇଛି। ଗତକାଲି ରାତି ସାରା ସିଦ୍ଧାର୍ଥଙ୍କ ମୃତଦେହ କୁପର ହସ୍ପିଟାଲରେ ରହିଥିବା ବେଳେ ଆଜି ତାଙ୍କ ବାସଭବନକୁ ନିଆଯିବ। ସେଠାରେ ପରିବାର ସଦସ୍ୟ ତଥା ନିକଟ ସମ୍ପର୍କୀୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ତାଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହେବ ।