ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଜେଇଇ(ମେନ୍) ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ଆକ୍ସନ ମୁଡ୍ରେ ସିବିଆଇ। ଆଜି ସିବିଆଇର ଏକାଧିକ ଟିମ୍ ଦିଲ୍ଲୀ-ଏନସିଆର, ଇନ୍ଦୋର, ପୁଣେ, ବେଙ୍ଗାଲୁରୁ ଓ ଜାମସେଦପୁ ଭଳି ୬ଟି ରାଜ୍ୟର ୧୯ଟି ସ୍ଥାନରେ ରେଡ୍ କରିଛି। ଦେଶର ବିଭିନ୍ନ ଇଞ୍ଜିନୟରିଂ କଲେଜରେ ନାଁ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା ହୋଇଥାଏ। ଅନିୟମିତତା ଅଭିଯୋଗ ଆସିବା ପରେ ସିବିଆଇ Affinity Education Private Limited ସମେତ ଏହାର ନିର୍ଦ୍ଦେଶକ ସିଦ୍ଧାର୍ଥ କ୍ରିଷ୍ଣା, ବିଶ୍ୱମ୍ବର ମଣି ତ୍ରିପାଠୀ ଓ ଗୋବିନ୍ଦ ଭିଙ୍କ ନାଁରେ ମାମଲା ରୁଜୁ କରିଛି। ଏହି ଇନିଷ୍ଟିଚ୍ୟୁସନ ଓ ଏହାର କର୍ମଚାରୀମାନେ ଜେଇଇ(ମେନ୍) ପରୀକ୍ଷାରେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି।
Prev Post
Next Post