ସରିଲା ଶ୍ରୀମନ୍ଦିର ୭ ଦ୍ୱାରର ରୁପା ଛାଉଣୀ କାମ

ପୁରୀ,(ଏସ୍‌ ନ୍ୟୁଜ): ରୁପାରେ ଛାଉଣି ହେଲା ଶ୍ରୀମନ୍ଦିରର ୭ଟି ଦ୍ୱାର। ପୂର୍ବରୁ ଆଦିନୃସିଂହ ମନ୍ଦିର ଓ ମା ବିମଳାଙ୍କ ମନ୍ଦିର ଦ୍ୱାର କାମ ଶେଷ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ମା ଲକ୍ଷ୍ମୀଙ୍କ ମନ୍ଦିରର ପ୍ରମୁଖ ଦ୍ୱାରକୁ ଶେଷ ସ୍ପର୍ଶ ଦିଆଯାଇଛି । ନବନିର୍ମିତ ଦ୍ୱାର ଲାଗିବା ପରେ ଏଥିରେ ରୁପା ଚାଦର ସହ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ବର୍ଗାକାର ରୁପା ପ୍ଲେଟ ସଂଯୋଗ କରାଯାଇଛି । ଯାହା ଭକ୍ତଙ୍କୁ ବେଶ୍ ଆକୃଷ୍ଟ କରିଛି। ଶ୍ରୀମନ୍ଦିରର ୭ ପ୍ରମୁଖ ଦ୍ୱାରରେ ଏଭଳି ରୁପା ଛାଉଣି ବିରଳ ହୋଇଥିବା ବେଳେ ଏହାକୁ ଦେଖିବାକୁ ଭକ୍ତଙ୍କ ଭିତରେ ବେଶ୍ ଆଗ୍ରହ ପ୍ରକାଶ ପାଇଛି ।