ଗୁରୁ ଦିବସ…

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ବେଦ କହେ ଗୁରୁଙ୍କ ପାଦରେ ଉପସ୍ଥିତ ସାଧକ ମାନଙ୍କୁ ଜ୍ଞାନ, ଶାନ୍ତି, ଭକ୍ତି ଏବଂ ଯୋଗ ଶକ୍ତି ହାସଲ କରିବାର ଶକ୍ତି ମିଳିଥାଏ । ଯିଏ ଅନ୍ଧକାରରୁ ଆଲୋକ ଦେଖାଇଥାନ୍ତି ସେ ହେଉଛନ୍ତି ଗୁରୁ । ତେବେ ଆଜି ହେଉଛି ଗୁରୁଙ୍କ ଲାଗି ଦିନଟିଏ । ଆଜି ହେଉଛି ପବିତ୍ର ଗୁରୁ ଦିବସ । ପଲ୍ଲୀରୁ ଦିଲ୍ଲୀ ସବୁଠି ଗୁରୁଙ୍କ ପୂଜା କରାଯାଉଛି । ଡକ୍ତର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀଙ୍କୁ ଗୁରୁ ଦିବସ ରୂପେ ପାଳନ କରାଯାଏ । ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଥିଲେ ଜଣେ ଆଦର୍ଶ ଶିକ୍ଷକ । ତାଙ୍କର ଜୟନ୍ତୀକୁ ଗରୁ ଦିବସ ରୂପେ ପାଳନ କରାଯାଏ ।
୧୯୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ରାଧାକୃଣ୍ଣ । ସେ ପିଲାଟି ଦିନରୁ ଥିଲେ ନମ୍ର, ଲାଜକୁଳା । କେବଳ ହିନ୍ଦୁ ଧର୍ମ ନୁହେଁ ଖ୍ରୀଷ୍ଟ ଧର୍ମରେ ମଧ୍ୟରେ ତାଙ୍କର ଥିଲା ସୁଖ୍ୟାତି । ସେ ଥିଲେ ପ୍ରଚଣ୍ଡ ସ୍ମୃତି ଶକ୍ତିର ଗନ୍ତାଘର । ରାଧାକ୍ରିଷ୍ଣନ ଥିଲେ ଉପରାଷ୍ଟ୍ରପତି । ତାପରେ ରାଷ୍ଟ୍ରପତି ହୋଇଥିଲେ । ତାଙ୍କ ଗୁଣରେ ମୁଗ୍ଧ ହୋଇ ଆମେରିକାର ତକ୍ରାଳୀନ ରାଷ୍ଟ୍ରପତି ଜନ୍.ଏଫ.କେନେଡି ନିଜ ବିମାନଟି ରାଧାକ୍ରିଷ୍ଣନଙ୍କ ବ୍ୟବହାର ଲାଗି ପ୍ରଦାନ କଲେ । ଆଜି ସେହି ମହାନ ଗୁରୁଙ୍କ ମହାର୍ଘ୍ୟ ଜୟନ୍ତୀ ।