ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ବଡ ଘୋଷଣା, ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବାର କୌଣସି ସୁଯୋଗ ହାତଛଡା କରୁନାହିଁ ଆମ ଆଦମୀ ପାର୍ଟି । ଆସନ୍ତା ବିଧାନସଭା ନିର୍ବାଚନରେ ଆପ୍ କ୍ଷମତାକୁ ଆସିଲେ ସରକାରଙ୍କ ପକ୍ଷରୁ ୧ ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି କେଜ୍ରିୱାଲ । ବର୍ତ୍ତମାନର ବିଜେପି ସରକାରକୁ ଆକ୍ରମଣ କରିବା ସହିତ କେଜ୍ରିୱାଲ ଅନେକ ସ୍କିମ ସମ୍ପର୍କରେ ଘୋଷଣା କରିଛନ୍ତି । କେଜ୍ରିୱାଲ ହର ଘର ଯୋଜନା ନାମକ ଏକ ସ୍କିମ ଆଣିଛନ୍ତି, ଏହି ଯୋଜନା ଅନୁସାରେ ଘରର କୌଣସି ସଦସ୍ୟଙ୍କୁ ଚାକିରି ନ ମିଳିଲେ ପରିବାରକୁ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯିବ ।
ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିଲେ ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ର ପାଇଁ ଉତ୍ତରାଖଣ୍ଡର ଜନ ସାଧାରଣଙ୍କର ଚାକିରିରେ ୮୦ ପ୍ରତିଶତ ସଂରକ୍ଷଣ ଆଣିବାର ପ୍ରତିଶ୍ରୁତି ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
Prev Post