ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ଆସନ୍ତା ୨୨ତାରିଖରେ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଆସନ୍ତା ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ବହୁ ଗୁରୁତ୍ଵ ବହନ କରୁଛି । ପ୍ରଥମେ ମାଲକାନାଗିରି ପରେ ସୁନ୍ଦରଗଡ ଆଉ ଏବେ ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଏହି ଦିନିକିଆ ବଲାଙ୍ଗିର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭଦେବେ । ଏହି ପରିପ୍ରେକ୍ଷୀରେ ପ୍ରାୟ ୩୦୦ କୋଟି ଟଙ୍କା ପ୍ରକଳ୍ପର ଶିଳ୍ୟାନାସ ଓ ଉଦଘାନକ କରିବେ। ତିନି ତିନିଟି ପୃଥକ୍ ସଭାରେ ଯୋଗଦେଇ ଜିଲ୍ଲାର ଯୋଗ୍ୟ ହିତାଧ୍ୟାକାରୀଙ୍କ ହାତରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବାର ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଧରାଇବେ । କେବଳ ସେତିକି ନୁହେଁ, ବଲାଙ୍ଗିର ଜିଲ୍ଲା ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଅନେକ ପ୍ରକଳ୍ପର ଉଦ୍‌ଘାଟନ ବି ଏହି ଅବସରରେ କରାଯିବାର କାର୍ଯ୍ୟକ୍ରମ ରହିଛି ।
ଏନେଇ ଆସନ୍ତା ୨୨ ତାରିଖରେ ଟିଟଲାଗଡ, ପାଟଣାଗଡ ଓ ବଲାଙ୍ଗିର ସହରର ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି।
ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଏବେ ଠାରୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି। ବିଭିନ୍ନ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନିଜେ ଗସ୍ତ କରି ଲୋକଙ୍କ ବିଶ୍ୱାସଭାଜନ ହେବାକୁ ଚେଷ୍ଟା ଜାରି ରହିଛି।