ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି

ନୂଆଦିଲ୍ଳୀ: ଶନିବାର ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ଆଜି ଚରଣଜିତଙ୍କ ନାମ ଘୋଷଣା କରାଯାଇଛି । ପଞ୍ଜାବ କଂଗ୍ରେସରେ ଦେଖା ଦେଇଥିବା ରାଜନୈତିକ ହଟଚମଟର ଅବସାନ ଘଟିଛି । ରାଜ୍ୟକୁ ନୂତନ ମୁଖ୍ୟମନ୍ତ୍ରୀ ମିଳିଛି। ଚରଣଜିତ ସିଂ ଚନ୍ନିଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଛି । ପଞ୍ଜାବ କଂଗ୍ରେସ ପ୍ରଭାରୀ ରହିଥିବା ହରିଶ ରାୱତ ଟ୍ୱିଟ କରି ଚରଣଜିତଙ୍କ ନାମ ସମ୍ପର୍କରେ ସୂଚନା ଦେଇଛନ୍ତି । ଚରଣଜିତଙ୍କୁ ବିଧାୟକ ଦଳର ନେତା ଭାବରେ ମଧ୍ୟ ଚୟନ କରାଯାଇଛି । ନିର୍ବିବାଦୀୟ ଭାବରେ ଚରଣଜିତଙ୍କ ନାମକୁ ବିଧାୟକ ଦଳ ବୈଠକରେ ମଞ୍ଜୁରୀ ମିଳିଥିଲା ।