ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବାବେଳେ ଏବେ ବର୍ଷା କମିବା ପରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ମହାନଦୀରେ ବନ୍ୟା ଆଶଙ୍କା ସମ୍ପୂର୍ଣ୍ଣ ରୂପେ ଟଳିଥିବାବେଳେ ବୁଢାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା ସମେତ ପ୍ରାୟ ସବୁ ନଦୀର ଜଳସ୍ତର ହ୍ରାସ ପାଉଛି । ହୀରାକୁଦର ଜଳସ୍ତର ହ୍ରାସ ପାଉଥିବାରୁ ରବିବାର ଜଳଭଣ୍ଡାରର ଆଉ ୪ଟି ଗେଟ୍କୁ ଛାଡ଼ି ଅନ୍ୟ ସମସ୍ତ ଗେଟ୍କୁ ବନ୍ଦ କରି ଦିଆଯାଇଛି । ଉପରମୁଣ୍ଡରେ ବର୍ଷା କମିଥିବାରୁ ଜଳଭଣ୍ଡାର ଭିତରକୁ ବନ୍ୟା ଜଳ ପ୍ରବେଶ କମିଛି । ରବିବାର ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦର ୪ଟି ଗେଟ୍ ଖୋଲା ରହିଥିଲା । ତେବେ ସେତେବେଳେ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୨ଲକ୍ଷ ୨୩ହଜାର ୬୪୦ କ୍ୟୁସେକ ଜଳ ପ୍ରବେୀଶ କରୁଥିବାବେଳେ ୯୫ହଜାର ୨୮୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା ।