ମୁଖ୍ୟ ସୂଚନା କମିଶନର ଶ୍ରୀ ଜଳଦ କୁମାର ତ୍ରିପାଠୀ

ଭୁବନେଶ୍ୱର,(ଏସ୍ ନ୍ୟୁଜ୍):ଜଳଦ ତ୍ରିପାଠୀ ରାଜ୍ୟର ମୁଖ୍ୟ ସୂଚନା କମିଶନରଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କର ନିଯୁକ୍ତି ଅନୁମୋଦନ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଜଳଦ ତ୍ରିପାଠୀ ହେଉଛନ୍ତି ୧୯୮୫ ମସିହା ଆଇପିଏସ୍ ଅଧିକାରୀ। ତାମିଲନାଡ଼ୁ ପୋଲିସ୍ ଡିଜି ଦାୟିତ୍ୱ ତୁଲାଇଛନ୍ତି ଜଳଦ ତ୍ରିପାଠୀ । ଓଡ଼ିଶାରେ ଜନ୍ମିତ ଜଳଦ ତ୍ରିପାଠୀ ପ୍ରାୟ ୩୦ ବର୍ଷ ଧରି ତାମିଲନାଡୁରେ ପୁଲିସ ଅଧିକାରୀଭାବେ କାର୍ଯ୍ୟ କରିବା ପରେ ଅବସର ଗ୍ରହଣ କରିଥିଲେ।

ସେ ବେଶ୍ ଦକ୍ଷ ଆଇପିଏସ୍ ଅଧିକାରୀଭାବେ ପରିଚିତ। ଅପରାଧ ନିୟନ୍ତ୍ରଣରେ ବେଶ୍ ପାରଦର୍ଶୀ ଥିଲେ ସେ । ତାଙ୍କର କେତକ ନୂଆ ପଦକ୍ଷେପ ଯୋଗୁଁ ସେ ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ପାଇଥିଲେ।