ସ୍ପା ସେଣ୍ଟର ପାଇଁ ନୂଆ ନିୟମଜାରି ହେଲା

ନୂଆଦିଲ୍ଲୀ: ନୂଆ ନିୟମ ଅନୁସାରେ ନଗର ନିଗମ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ସ୍ପା ମସାଜ୍ ସେଣ୍ଟର ଗୁଡ଼ିକ ପାଇଁ ଲାଗୁ କରାଯାଇଛି । ନିୟମରେ କୁହାଯାଇଛି ଯେ, ଏବେ ଠାରୁ ସ୍ପା ସେଣ୍ଟର ଗୁଡ଼ିକର କବାଟରେ କୁଣ୍ଡୀ ରହିବ ନାହିଁ, ସ୍ପା ସେଣ୍ଟର ସବୁରେ କ୍ରାସ୍ ଜେଣ୍ଟର ମାଲିସ୍ ପାଇଁ ବି ଅନୁମତି ଦିଆଯିବ ନାହିଁ । ଏହା ସହିତ ନୂଆ ନିୟମ ଅନୁସାରେ, ଏବେ ଗ୍ରାହକ ମାନେ ନିଜର ଫଟୋ ଆଇଡି ଦେଖାଇବାକୁ ହେବ । ଗ୍ରାହକ ମାନଙ୍କର ଫଟୋ ଆଇଡି ସହିତ ଫୋନ୍ ନମ୍ବର ମଧ୍ୟ ରେଜିଷ୍ଟର୍ କରିବାକୁ ହେବ। ନିୟମ ଅନୁଯାଇ, ସ୍ପା ସେଣ୍ଟର ସବୁ ସକାଳ ୯ଠାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରଖାଯିବ । ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା ଚେଜିଂ ରୁମ୍ ରହିବା ଜରୁରୀ ଅଟେ । ଖାଲି ସେତିକି ନୁହେଁ ସ୍ପା ସେଣ୍ଟର ଗୁଡ଼ିକୁ ନିଜର ସ୍ଥାନୀୟ ପୋଲିସ୍ ଷ୍ଟେସନ୍ ରୁ ସାର୍ଟିଫକେଟ୍ ନେବାକୁ ହେବ ବୋଲି ନଗର ନିଗମ ପକ୍ଷରୁ ଆଦେଶ ଜାରି କରାଯାଇଛି।