ରକ୍ତ ଯୋଗାଇବା ନାଁରେ ମାଗୁଛନ୍ତି ଟଙ୍କା ୨ ଜଣଙ୍କୁ ଗିରଫ କଲା ସମ୍ବଲପୁର ପୋଲିସ

ସମ୍ବଲପୁର:ଏବେ ରକ୍ତଦାନ ବଦଳରେ ମାତିଛନ୍ତି ରକ୍ତ ବେପାରୀ । ଯେଉଁମାନ ରକ୍ତ ଦାନ କରୁନାହାନ୍ତି ବରଂ ରକ୍ତ ବିକ୍ରି କରୁଛନ୍ତି । ରକ୍ତ ଯୋଗାଇଦେବା ନାଁରେ ରୋଗୀଙ୍କୁ ଲୁଟୁଥିବା ୨ ଦଲାଲଙ୍କୁ ଗିରଫ କରିଛି ପୋଲିସ ରକ୍ତ ଯୋଗାଇବା ନାଁରେ ମାଗୁଛନ୍ତି ଟଙ୍କା, ଭିମସାରରୁ ୨ ଜଣଙ୍କୁ ଗିରଫ କଲା ପୋଲିସ । ମିଳିଥିବା ସୂଚନା ମୁତାବକ, ବୁର୍ଲା ଭିମସାରରେ ଏବେ ଆଡ୍ଡା ଜମାଉଛନ୍ତି ରକ୍ତ ଦଲାଲ । ଆଉ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ କରୁଛନ୍ତି ଟାର୍ଗେଟ । ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ରକ୍ତ ଯୋଗାଇବା ନାଁରେ ଚାଲୁଛି ଦଲାଲି । ବୁର୍ଲା ଭିମସାରରେ ରୋଗୀଙ୍କୁ ମାଗଣାରେ ରକ୍ତ ଦିଆଯାଉଥିଲେ ମଧ୍ୟ ଏମାନେ ବିଭିନ୍ନ ଉପାୟରେ ରୋଗୀ ଓ ସେମାନଙ୍କ ସର୍ମ୍ପକୀୟଙ୍କୁ ରକ୍ତ ବିକ୍ରି କରୁଥିଲେ । ଆଉ ଖବର ପାଇ ପୋଲିସ ହସ୍ପିଟାଲ ପରିସରରୁ ୨ ଦଲାଲଙ୍କୁ ଗିରଫ କରିଛି । ଏହି ଦଲାଲ ମାନେ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦେଖିବା ମାତ୍ରେ ତତ୍ପର ହୋଇଉଠନ୍ତି । ଆଉ ବିଭିନ୍ନ ମାଧ୍ୟମ ଦେଇ ରକ୍ତ ଦେବା ନାଁରେ ରୋଗୀଙ୍କ ସର୍ମ୍ପକୀୟଙ୍କ ଠାରୁ ଟଙ୍କା ନେଇଥାନ୍ତି । ତେବେ ରକ୍ତ ପାଇଁ କୌଣସି ଦଲାଲଙ୍କୁ ଯୋଗାଯୋଗ ନ କରିବାକୁ ପରାମର୍ଶ ଦେଇଛନ୍ତି ସମ୍ବଲପୁର ପୋଲିସ ।