ଓଡିଆ ଭାଷାର ସୁରକ୍ଷା ନେଇ ଝାଡଖଣ୍ଡ ଓ ଆନ୍ଧ୍ର୍ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର । ଉଭୟଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହେମନ୍ତ୍ର ସୋରେନ ଓ ଜଗମୋହନ ରେଡ୍ଡୀଙ୍କ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର ପ୍ରଧାନ । ଦୁଇ ରାଜ୍ୟରେ ଓଡିଆ ଭାଷାର ଗୁରୁତ୍ୱ ନେଇ ଅବଗତ କରାଇଲେ । ଓଡିଆ ଛାତ୍ରଛାତ୍ରୀଙ୍କୁ ଓଡିଆ ପଢାରେ ବ୍ୟାଘାତ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି ।