ଭୁବନେଶ୍ୱର (ଏସ୍ ନ୍ଯୁଜ) : ବାଲେଶ୍ୱର ସଦର ଆସନରୁ ବିଜେଡି ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ସିନେ ତାରକା ଅରିନ୍ଦମ ରାୟ । ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥିବା ବେଳେ ଦଳ ଚାହିଁଲେ ମୁଁ ଛିଡା ସେ ହେବି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଅରିନ୍ଦମ ।

ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ଉପନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତାକୁନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆଉ ଏହି ଚର୍ଚ୍ଚା ମଧ୍ୟରେ ପ୍ରତିକ୍ରିୟା ଦେଇଛନ୍ତି ଅରିନ୍ଦମ । ଅରିନ୍ଦମ କହିଛନ୍ତି ସେ ପ୍ରାର୍ଥୀ ହେବ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ଯଦି ଦଳ ମୋ ଉପରେ ବିଶ୍ୱାସ କରି ନିର୍ବାଚନ ଲଢିବାକୁ କହିବେ, ତାହାଲେ ମୁଁ ଲଢିବି । ହେଲେ ଏ ବିଷୟରେ ମୁ ଏଯାଏଁ କିଛି ଭାବିନାହିଁ । ସେହିପରି ଦଳର ସୁପ୍ରିମୋ ଯେଉଁ ଦାୟିତ୍ୱ ଦେବେ ତାକୁ ତୁଲାଇବି ।
ଅନ୍ୟପଟେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବାଲେଶ୍ୱର ସଦର ଉପନିର୍ବାଚନରେ ପ୍ରାର୍ଥୀ ନେଇ ଅରିନ୍ଦମଙ୍କୁ ସମର୍ଥନ କରୁଥିବା ବେଳେ ପ୍ରାର୍ଥୀ ଲକ୍ଷ୍ୟରେ ସେ ବି ଅଛନ୍ତି। ଏଣେ ତାଙ୍କ ପତ୍ନୀ ସୁବାସିନୀ ଜେନା ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବି ଦୌଡ଼ରେ ଅଛନ୍ତି ବୋଲି ସାଧାରଣରେ ଚର୍ଚା ହେଉଛି ।