ନୂଆଦିଲ୍ଲୀ: ଲଖିମପୁର ଖେରି ହିଂସା ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ୨୬ରେ ଲକ୍ଷ୍ନୌଠାରେ ମହାପଞ୍ଚାୟତ ଆୟୋଜନ କରିବ। ଏତଦ୍ ବ୍ୟତୀତ ଦିଲ୍ଲୀରୁ ଲଖିମ୍ପୁର ଶୋଭାଯାତ୍ରା ସହ ୧୮ରେ ଦେଶବ୍ୟାପୀ ରେଳ ରୋକ୍ କରିବ ବୋଲି ଶନିବାର ଘୋଷଣା କରିଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୋର୍ଚ୍ଚା ନେତା ରାକେଶ ଟିକାୟତ ଓ ଯୋଗେନ୍ଦ୍ର ଯାଦବ ପ୍ରମୁଖ କହିଛନ୍ତି ଯେ ଆସନ୍ତା ୧୫ ତାରିଖ ଦଶହରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯିବ। ଅକ୍ଟୋବର ୧୨ରେ ଦେଶର ସମସ୍ତ ଅଞ୍ଚଳରୁ କୃଷକମାନେ ଲଖିମପୁର ଖେରିରେ ପହଞ୍ଚିବେ ଓ ରାତି ୮ଟାରେ ମହମବତି ଶୋଭାଯାତ୍ରା କରିବେ ବୋଲି ସେମାନେ କହିଛନ୍ତି।
Prev Post
Next Post