ଓଡ଼ିଶା ଛାଡ଼ିବ ମୌସୁମୀ

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସମୁଦ୍ରରେ ଲଘୁଚାପ ସୃଷ୍ଟି ହୋଇଥିବାବେଳେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ଓହରିଯିବ ଓ ଏଥିପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ କହିଛି।

ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ, ଦକ୍ଷିଣପଶ୍ଚିମ ମୌସୁମୀ ଏବେ ଗୁଜୁରାଟ,ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଓ ମଧ୍ୟପ୍ରଦେଶର କେତେକ ଅଂଚଳରୁ ସମ୍ପୂର୍ଣ୍ଣ ଓହରି ଯାଇଥିବାବେଳେ ମୋତିହାର, ଗୟା, ଡାଲଟନଗଞ୍ଜ,ଅମ୍ବିକାପୁରୀ, ଇନ୍ଦୋର, ଗାନ୍ଧିନଗର, ରାଜକୋଟ, ପୋରବନ୍ଦର ଦେଇ ଏହି ମୌସୁମୀ ପ୍ରତ୍ୟାହାର ଲାଇନ୍ ଅତିକ୍ରମ କରିଛି । ବିହାର, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶର ଅନ୍ୟ କେତେକ ଅଂଚଳରୁ ମଧ୍ୟ ମୌସୁମୀ ପ୍ରତ୍ୟାହାର ହେବାଭଳି ପରିବେଶ ସୃଷ୍ଟି ହୋଇଛି। ମହାରାଷ୍ଟ୍ର, ଓଡ଼ିଶା ଓ ପଶ୍ଚିମବଙ୍ଗର ଅନେକ ଅଂଚଳରୁ ଆସନ୍ତା ୨ରୁ ୩ଦିନ ମଧ୍ୟରେ ମୌସୁମୀ ପ୍ରତ୍ୟାହାର ହେବାର ସମ୍ଭାବନା ରହିଛି।