ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ଦେଶରେ ଲଗାତାର ପେଟ୍ରୋଲ-ଡିଜେଲ ଦର ମହଙ୍ଗା ହେବାରେ ଲାଗିଛି । ଗତ କିଛିଦିନ ତୈଳ ଦର ସ୍ଥିର ରହିବା ପରେ ପୁଣି ବଢିବାରେ ଲାଗିଛି ଦର । ଆଜିକୁ ମିଶାଇ ଲଗାତାର ଷଷ୍ଠ ଦିନରେ ବଢିଛି ପେଟ୍ରୋଲ-ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଥିବା ବେଳେ, ଡେଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି ରାଷ୍ଟ୍ରାୟତ୍ତ ତେଲ କମ୍ପାନିମାନେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ତେଲଦର ବୃଦ୍ଧି ଯୋଗୁଁ ଏହି ବୃଦ୍ଧି କରାଯାଇଥିବା ଜଣାଯାଇଛି । ଏହି ବୃଦ୍ଧି ପରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ଟ.୧୦୫.୪୬ କୁ ବୃଦ୍ଧି ପାଇଛି । ସେହିପରି ଡିଜେଲ ଲିଟର ପିଛା ଟ.୧୦୧.୬୨କୁ ବୃଦ୍ଧି ପାଇଛି । ସେହିପରି କଟକରେ ପେଟ୍ରୋଲ ଟ.୧୦୫.୪୦ ଓ ଡିଜେଲ ଟ.୧୦୧.୫୭ରେ ବିକ୍ରି ହେଉଛି । ସମ୍ବଲପୁରରେ ପେଟ୍ରୋଲ ଟ.୧୦୫.୭୨ ଓ ଡିଜେଲ ଟ.୧୦୧.୯୦ରେ ବିକ୍ରି ହେଉଛି । ତେବେ ମାଲକାନଗିରିରେ ତେଲଦର ରେକର୍ଡ ସ୍ତରରେ ପହଞ୍ଚିଛି । ଜିଲ୍ଲାରେ ପେଟ୍ରୋଲ ଟ.୧୧୦.୬୨ ଓ ଡିଜେଲ ଟ.୧୦୬.୬୨ରେ ବିକ୍ରି ହେଉଛି