ଫଶିଲେ ରାମଦେବ ବାବା, ଜାରି ହେଲା ସମନ

ନୂଆଦିଲ୍ଲୀ : ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟ ସମନ ଜାରି କରିଛନ୍ତି । କରୋନାର ଏଲୋପ୍ୟାଥିକ ଚିକିତ୍ସା ସମ୍ପର୍କିତ ମନ୍ତବ୍ୟ ଲାଗି ବିଭିନ୍ନ ଡାକ୍ତରୀ ସଂଘ ପକ୍ଷରୁ ରୁଜୁ ମୋକଦ୍ଦମା ଆଧାରରେ କୋର୍ଟ ଏହି ସମନ ଜାରି କରିଛନ୍ତି । ଦେଶରେ କରୋନା ଭାଇରସ ମହାମାରୀ ଉତ୍କଟ ରୂପ ଧାରଣ କରିଥିଲା । ଅକ୍ସିଜେନ ଅଭାବରୁ ବହୁ ଲୋକେ ପ୍ରାଣ ହରାଉଥିବା ବେଳେ ଯୋଗ ଗୁରୁ ବାବା ରାମଦେବ ଏଲୋପ୍ୟାଥି ଚିକିତ୍ସା ଓ ଔଷଧ ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ ଲୋକେ ଅକ୍ସିଜେନ ଅଭାବ ନୁହେଁ ଏଲୋପ୍ୟାଥିକ ଔଷଧ ଯୋଗୁ ପ୍ରାଣ ହରାଉଛନ୍ତି । ବାବାଙ୍କ ରାମଦେବଙ୍କ ଏପରି ବୟାନକୁ ଆଇଏମଏ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।