ପାରିବାରିକ କଳହରୁ ଦମ୍ପତ୍ତି ସହ ଦୁଇ ଶିଶୁଙ୍କ ମୃତ୍ୟୁ

ରାୟପୁର : ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲାର କରମତରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ତାଙ୍କ ଦୁଇ ପିଲାଙ୍କ ସହ କୂଅ ଭିତରକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏହାସହ ମୃତା ମହିଳାଙ୍କର ସ୍ୱାମିଙ୍କ ମୃତଦେହ ଫାଶୀରେ ଝୁଲୁଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଲାଲବାଗ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ତଦନ୍ତରୁ ଜଣାପଡିଛି ଯେ ପାରିବାରକ କଳହରୁ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ମାମଲାରେ ଗାଁରେ ଶୋକର ଛାୟା ଖେଳିଯାଇଛି ।