ପୁରୀବାସୀ ବିନା ଲାଇନରେ ଦର୍ଶନ କରିବେ

ପୁରୀ,(ସାକ୍‌ସୀ ନ୍ୟୁଜ୍‌): ପୁରୀ ବାସୀ ଏଣିକି ବିନା ଲାଇନରେ ଛିଡା ହୋଇ ଦର୍ଶନ କରିପାରିବେ । ପୌରାଞ୍ଚଳ ବାସୀଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ୱାରରେ ପ୍ରବେଶ ପ୍ରସଙ୍ଗ ନେଇ ବୈଠକ ବସିଥିଲା । ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଆସନ୍ତା ୧ରୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ପୁରୀ ପୌରାଞ୍ଚଳ ବାସୀ । କୋଭିଡ ଟିକାର ଦୁଇଟି ଡୋଜ କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ସହ ଆଧାର କାର୍ଡ ଦେଖାଇ ପୁରୀବାସୀ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି ।