ମହଙ୍ଗା ହେଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର

ନୂଆଦିଲ୍ଲୀ: ମହଙ୍ଗା ହେଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର । ୨୬୬ ଟଙ୍କା ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦାମ । ଦିଲ୍ଲୀରେ ୧୯ କେଜି କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୨ ହଜାର ଟଙ୍କା ୫୦ ପଇସା ହୋଇଛି । ପୂର୍ବରୁ ୧୭ ଶହ ୩୪ଟଙ୍କା ଥିଲା । ଭୁବନେଶ୍ୱରରେ ଏହା ୨୭୦ ଟଙ୍କା ବୃଦ୍ଧି ହୋଇଛି । ଏହାପୂର୍ବରୁ ଅକ୍ଟୋବର ୬ ତରିଖରେ ସବସିଡିଯୁକ୍ତ ଗ୍ୟାସ ସମେତ ସମସ୍ତ ବର୍ଗରେ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫ବୃଦ୍ଧି କରାଯାଇଥିଲା ।