ସାଉଥ ଅଭିନେତାଙ୍କ ଫାର୍ମ ହାଉସରେ ଚଢାଉ

ହାଇଦ୍ରାବାଦ: ସାଉଥ ଅଭିନେତା ନାଗା ସୌର୍ଯ୍ୟଙ୍କ ଫାର୍ମ ହାସଉରେ ପୋଲିସ ଚଢାଉ କରି ୨୫ ଜଣଙ୍କୁ ଗିରଫ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏଥିରେ ଜଣାଶୁଣା ସେଲେବ୍ରିଟି ଥିବା କୁହାଯାଉଛି । ତାଙ୍କ ଫାର୍ମହାଉସରେ ରୂପେ ସ୍ୱାଇପ୍‌ ମେସିନ ସାହାଯ୍ୟରେ ପୋକର, ଜୁଆ କାର୍ଡ ଖେଳୁଥିଲେ । ଏହାସହ ଧରାପଡିଥିବା ବ୍ୟକ୍ତିଙ୍କ ନିକଟରୁ ୨୫ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଏହି ଜୁଆ ଖେଳରେ ଆଉ କିଏ ଜଡିତ ଅଛନ୍ତି ସେନେଇ ତଦନ୍ତ ଜାରି ରଖିଛି ପୁଲିସ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଯୁକ୍ତଙ୍କୁ ରିମାଣ୍ଡରେ ପଠାଯାଇଛି ।