କୋଭାକ୍ସିନକୁ ଅଷ୍ଟ୍ରେଲିଆ ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ଅଷ୍ଟ୍ରେଲିଆ ସରକାର ଅନୁମୋଦନ କରିଛନ୍ତି । ଅଷ୍ଟ୍ରେଲିଆରେ ଭାରତର ହାଇ କମିଶନର ଏହି ସୂଚନା ଦେଇଛନ୍ତି । କୋଭାକ୍ସିନ୍‌ ଅଷ୍ଟ୍ରେଲିଆ ସରକାରଙ୍କ ଠାରୁ ଏହି ସବୁଜ ସଙ୍କେତ ପାଇଛି ଯେଉଁ ସମୟରେ ସ୍ୱଦେଶୀ ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ ପାଇଁ ଅନେକ ସପ୍ତାହ ଅପେକ୍ଷା କରିଛି । ଏହି ଟିକାକୁ ଅନୁମୋଦନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧିକ ସୂଚନା ମାଗିଛି ।