ପାକିସ୍ତାନରେ ହୁ ହୁ ବଢୁଛି ପେଟ୍ରୋଲ-ଡିଜେଲର ମୂଲ୍ୟ

ଇସଲାମବାଦ: ପାକିସ୍ତାନରେ ହୁ ହୁ ବୃଦ୍ଧି ପାଉଛି ପେଟ୍ରୋଲ-ଡିଜେଲର ମୂଲ୍ୟ । ପାକିସ୍ତାନ ପ୍ରଧାନମନ୍ତ୍ରୀ ପେଟ୍ରୋଲିୟମ ଉତ୍ପାଦ ଉପରେ ୮.୧୦ ଟଙ୍କା ବୃଦ୍ଧି କରିଛନ୍ତି । ଏବେ ପାକିସ୍ତାନରେ ପେଟ୍ରୋଲ ୧୪୫.୮୨ ଟଙ୍କାରେ ପହଞ୍ଚିଛି । ସେହିଭଳି ହାଇସ୍ପିଡ ଡିଜେଲ୍‌ର ଦାମ ପ୍ରତି ଲିଟର ପିଛା ୮.୧୪ ଟଙ୍କା ବୃଦ୍ଧି ପାଇଛି । ପାକିସ୍ତାନରେ କିରୋସିନ ଏବେ ଲିଟର ପ୍ରତି ୧୧୪.୦୭ ଟଙ୍କାରେ ବିକ୍ରି ହେଉଛି ।