କଣ୍ଟେନର ସହ ବସ ଧକ୍କାରେ ୩ ଯାତ୍ରୀ ମୃତ

ଭୋପାଳ: ଏକ ଯାତ୍ରୀବାହୀ ବସ୍‌ କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ମଧ୍ୟ ହୋଇଥିଲେ । ଇନ୍‌ଦୋରରୁ ଆସୁଥିବା ଯାତ୍ରୀବାହୀ ବସ୍‌ ଗୁନା ଜିଲ୍ଲାର ବାନିଗଞ୍ଜ ନିକଟରେ ରାସ୍ତା ଉପରେ ଛିଡା ହୋଇଥିବା କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ବସରେ ନିଆଁ ଲାଗିଯାଇଥିଲା । ସେମାନେ ଦୀପାବଳିରେ ମଥୁରା ପରିଦର୍ଶନ କରି ଫେରୁଥିଲେ । ଅନ୍ୟ କିଛି ଯାତ୍ରୀ ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛ ।