କ୍ରିକେଟରୁ ଅବସର ନେଇ ଘୋଷଣା କଲେ ବ୍ରାଭୋ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ଫର୍ମାଟ ଖେଳ ଛାଡିଲେ ଡୁୱେନ ବ୍ରାଭୋ । ଚଳିତ ଟି-୨୦ ବିଶ୍ୱକପ୍‌ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି ଶ୍ରୀଲଙ୍କା । ଏହି ପରାଜୟ ସହ ୱେଷ୍ଟଇଣ୍ଡିଜ୍‌ ଦଳ ସେମିଫାଇନାଲ଼ରୁ ବାଦ ପଡିଛି । ଏହି ପରାଜୟରୁ ହତାଶ ହୋଇ ଅଲରାଉଣ୍ଡର ଡୁୱେନ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ ପାଇଁ ବ୍ରାଭୋ ତାଙ୍କର ଶେଷ ମ୍ୟାଚ୍‌ ଖେଳିବେ । ଫେସବୁକ୍‌ ଲାଇଭ୍‌ ସୋ’ରେ ପୂର୍ବତନ ଅଧିନାୟକ ଡାରେନ୍‌ ସାମି ଏବଂ ସମୀକ୍ଷକ ଆଲେକ୍ସ ଜୋର୍ଡାନଙ୍କ ସହ ବାର୍ତ୍ତାଳାପ ସମୟରେ ବ୍ରାଭୋ ତାଙ୍କ ଅବସରକୁ ନିଶ୍ଚିତ କରିଛନ୍ତି ।