କୋଭିଡ ବିଟିକାକୁ ଅନୁମତି

ନୂଆଦିଲ୍ଲୀ: କୋଭିଡ୍‌ ବଟିକାକୁ ମିଳିଲା ଅନୁମତି । ମର୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ବଟିକାକୁ ବ୍ରିଟେନ ସରକାର ଜରୁରୀକାଳୀନ ମଞ୍ଜୁରୀ ଦେଇଛନ୍ତି । ପ୍ରଥମ ଦେଶ ଭାବେ ବ୍ରିଟେନ୍‌ ଏହି ବଟିକାକୁ କୋଭିଡର ଉପଚାର ବୋଲି ମନେ କରିଛି । ତେବେ ଏହା ସ୍ପଷ୍ଟ ହୋଇନାହିଁ ଏହି ବଟିକ କେବେ ଉପଲବ୍ଧ ହେବ । ୧୮ରୁ ଉଦ୍ଧ୍ୱର୍ ବୟସର କୋଭିଡ ସଂକ୍ରମିତଙ୍କୁ ଏହି ବଟିକା ଖାଇବାକୁ ମଞ୍ଜୁରୀ ଦିଆଯାଇଛି । କୋଭିଡର କମ ସଂକ୍ରମଣ ଦେଖା ଦେଲେ ଲୋକଙ୍କୁ ଏହି ବଟିକା ଦିନକୁ ଦୁଇଥର ଖାଇବାକୁ ପଡିବ । ଏହି ଆଣ୍ଟି ଭାଇରାଲ୍‌ ବଟିକା କରୋନା ଲକ୍ଷଣକୁ କମ କରି ବ୍ୟକ୍ତିଙ୍କୁ ସୁସ୍ଥ କରିବାରେ ସାହାଯ୍ୟ କରେ । ହସ୍ପିଟାଲର ବୋଝ କମ କରିବା ତଥା ଗରିବ ଦେଶଗୁଡିକରେ ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବା ପାଇଁ ଏହା ବେଶ୍‌ ସହାୟକ ହୋଇପାରେ । ଏହି ବଟିକା ମହାମାରୀ ଲଢେଇ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ । ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରୀ ସାଜିଦ ଜାଭିଦ କହିଛନ୍ତି, ଆମ ଦେଶ ପାଇଁ ଏକ ଐତିହାସିକ ଦିନ । ବ୍ରିଟେନ ଦୁନିଆର ପ୍ରଥମ ଦେଶ ଯିଏ ଆଣ୍ଟି ଭାଇରସ୍‌ ବଟିକାକୁ ମଞ୍ଜୁରୀ ଦେଇଛି । ଏହାକୁ ଘରେ କୋଭିଡ୍‌ ଉପଚାର ପାଇଁ ବ୍ୟବହାର କରାଯାଇପାରିବ