ଆହୁରି ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ!

ନୂଆଦିଲ୍ଲୀ : ଆହୁରି ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ । ଓପେକ୍‌ ଅଶୋଧିତ ତୈଳ ଦର ବୃଦ୍ଧି ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଓପେକ୍‌ ପ୍ଲସ୍‌ ଡିସେମ୍ବର ମାସରେ ଦୈନିକ ୪ଲକ୍ଷ ବ୍ୟାରେଲ ଉତ୍ପାଦନ ଲାଗି ନିଷ୍ପତ୍ତି ନେଇଛନ୍ତି । ଦୈନିକ ଏହି ମାତ୍ରାରେ ଅଶୋଧିତ ତୈଳ ଉତ୍ପାଦିତ ହେଲେ ବଜାରକୁ ଏତେ ପରିମାଣରେ ତୈଳ ଯୋଗାଣ ବଢ଼ିଯିବ । କେବଳ ଭାରତ ନୁହେଁ ଅନ୍ୟାନ୍ୟ ଦେଶରେ ପେଟ୍ରୋଲିୟମ ଉତ୍ପାଦ ମୂଲ୍ୟ ହ୍ରାସ ହେବ ବୋଲି ପ୍ରକାଶ କରାଯାଇଛି । ତେବେ ଓପେକ ପ୍ଲସ ଦେଶମାନେ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିବେନି ବୋଲି ଜଣାପଡିଛି । କରୋନା ମହାମାରୀରେ ହୋଇଥିବା ଉତ୍ପାଦନ ହ୍ରାସ ଭରଣା ନ ହେବା ପର୍ଯ୍ୟନ୍ତ ଉତ୍ପାଦନ ବୃଦ୍ଧି କରାଯିବ ନାହିଁ । ତେବେ ଏହା ଧିରେ ଧିରେ ବଢାଯିବାର ଯୋଜନା କରାଯାଉଛି । ହେଲେ ଦୈନିକ ୪ଲକ୍ଷ ବାରଲ ପହଞ୍ଚାଇବା ଲାଗି ପ୍ରସ୍ତାବକୁ ଓପେକ୍‌ ପ୍ଲସ୍‌ଙ୍କ ଅନୁମୋଦନ ମିଳିଯାଇଛି ।