୯ରୁ ଗୁଗୁଲରେ ଲାଗୁ ହେବ ନୂଆ ଫିଚର୍ସ

ଲଣ୍ଡନ : ଖୁବ୍‌ଶୀଘ୍ର ଗୁଗୁଲ ଆକାଉଣ୍ଟରେ ପରିବର୍ତ୍ତନହେବାକୁ ଯାଉଛି । ଆସନ୍ତା ୯ରୁ ଲାଗୁ କରାଯିବ ନୂଆ ଫିଚର୍ସ । ସମସ୍ତ ଆକାଉଣ୍ଟରେ ୯ରୁ ଆକ୍ଟିଭ ହେବ ଟୁ-ଷ୍ଟେପ୍‌ ଭେରିଫିକେସନ । ଆକାଉଣ୍ଟ ବନେଇବାକୁ ହେଲେ ଏବେ ଆକାଉଣ୍ଟରେ ୱାନ-କ୍ଲିକ୍‌ ଅପ୍ସନ ପୂରାପୂରି ଉଠିଯାଉଛି । ଆକାଉଣ୍ଟରେ ଲଗ୍‌ ଇନ୍‌ କରିବାକୁ କମ୍ପାନୀ ଏକ ନୂଆ ବିକଳ୍ପ ଆରମ୍ଭ କରିଛି । ରିପୋର୍ଟ ଅନୁଯାୟୀ ଜଣେ ବ୍ୟକ୍ତି ଗୁଗୁଲ ଆକାଉଣ୍ଟ ଖୋଲିବାକୁ ଚାହୁଁଥିଲେ ତାକୁ ପ୍ରଥମେ ଟୁ-ଷ୍ଟେପ୍‌ ଭେରିଫିକେସନ ଦେଇ ଗତି କରିବାକୁ ପଡ଼ିବ । ଏହି ନୂଆ ଫିଚର ଆପଣଙ୍କ ଗୁଗୁଲ ଆକାଉଣ୍ଟକୁ ଅଧିକ ସୁରକ୍ଷା ଦେବ ବୋଲି କୁହାଯାଇଛି । ଏହିଭଳି ରହିଛି ନୂଆ ଭେରିଫିକେସନ୍‌ : ଗୁଗୁଲ ଆକାଉଣ୍ଟରେ ଯେତେବେଳେ ଟୁ-ଷ୍ଟେପ୍‌ ଭେରିଫିକେସନରେ ହେଉଥିବ ପ୍ରଥମେ ପାସୱାର୍ଡ ଦେଇ ଲଗଇନ୍‌ କରିବାକୁ ପଡ଼ିବ । ଏହାପରେ ନିଜର ମୋବାଇଲ ନମ୍ବର ଦିଅନ୍ତୁ ଏହାପରେ ଆପଣଙ୍କ ମୋବାଇଲ ମ୍ୟାସେଜ । ଏହି ଟୁ-ଷ୍ଟେପ୍‌ ଭେରିଫିକେସନ ଅକ୍ଟୋବର ୯ରୁ ଆରମ୍ଭ ହେବ ବୋଲି କୁହାଯାଉଛି ।