ମନ୍ଦିରରେ ନଜର ଆସିଲେ ଶିଳ୍ପାଙ୍କ ସହ ରାଜ କୁନ୍ଦ୍ରା

ମୁମ୍ବାଇ: ପର୍ଣ୍ଣ ଭିଡିଓ ମାମଲାରେ ଫସିଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପ୍ରଥମଥର ଏକ ମନ୍ଦିରରେ ନଜର ଆସିଛନ୍ତି । ଉଭୟ ପୂଜା କରିବା ପାଇଁ ଧମର୍ଶାଳାର ଏକ ମନ୍ଦିରରେ ନଜର ଆସିଛନ୍ତି । ଏବେ ସେମାନେ ହିମାଚଳ ପ୍ରଦେଶରେ ଅଛନ୍ତି । ସେ ତାଙ୍କ ଇନଷ୍ଟାରେ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ମନ୍ଦିର ବାହାରର ଦୃଶ୍ୟ ଦେଖାଇଛନ୍ତି । ଏହି ବୁଲିବାର ଦୃଶ୍ୟ ତାଙ୍କ ପ୍ରଶଂସକମାନେ ଉଭୟଙ୍କ ଏକାଠି ଫଟୋ ଲିକ୍‌ କରିଛନ୍ତି । ଫଟୋରେ ଶିଳ୍ପା ଏବଂ ରାଜ ମନ୍ଦିରର ପୁରୋହିତଙ୍କ ସହିତ ଠିଆ ହୋଇଛନ୍ତି ।