ଭୁବନେଶ୍ୱର(ଏସ୍ ନ୍ୟୁଜ): ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪୩୪୦ ନୂଆ କରୋନା ଆକ୍ରାନ୍ତ। ୨୫୨୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୮୨୩ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏଥିସହ ପୁଣିି ୧୬ ଆକ୍ରାନ୍ତ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଛି।
ଖୋର୍ଦ୍ଧାରୁ ସର୍ବାଧିକ ୬୫୩, କଟକରୁ ୫୬୭, ପୁରୀରୁ ୨୦୩, ଜଗତସିଂହପୁରରୁ ୧୯୩, ଝାରସୁଗୁଡ଼ାରୁ ୧୭୪, ବାଲେଶ୍ୱରରୁ ୧୬୨, ଅନୁଗୋଳରୁ ୧୫୫, ଯାଜପୁରରୁ ୧୫୧ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳରୁ ୧୬୪ ଜଣ କରୋନା ସଂକ୍ରମିତ ବାହାରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ ହଜାର ୮୮୮କୁ ବୃଦ୍ଧି ପାଇଛି।
ସେହିଭଳି ରାଜ୍ୟରେ ପୁଣି ୧୬ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୫୨ ଛୁଇଁଛି। ଆକ୍ଟିଭ କେସ ୩୮ ହଜାର ୮୧୮ ରହିଥିବା ବେଳେ ୧ ଲକ୍ଷ ୫୭ ହଜାର ୨୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।