ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: କମାଣ୍ଡ ସମ୍ଭାଳିବେ ରାହାଣେ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଟେଷ୍ଟରେ ରାହାଣେ ଓ ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲି ଅଧିନାୟକତ୍ୱ ସମ୍ଭାଳିବେ । କିନ୍ତୁ ଏଥର ରୋହିତ ଶର୍ମାଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇଛି । କୋହଲି ପ୍ରଥମ ମ୍ୟାଚ୍‌ର ବିଶ୍ରାମ ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚନରେ ଟିମ୍‌ ସହ ସାମିଲ ହେବେ ।

ଏହି ଟେଷ୍ଟ ସିରିଜରେ ପନ୍ତଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛ । ତାଙ୍କ ସ୍ଥାନରେ କେ.ଏସ ଭରତଙ୍କୁ ସୁଯୋଗ ମିଳିଛି । ଏହି ଟେଷ୍ଟ ଟିମରେ ୪ ସ୍ପିନରକୁ ସ୍ଥାନ ମିଳିଥିବା ବେଳେ ୪ ଦ୍ରୁତ ବୋଲରଙ୍କୁ ସ୍ଥାନ ମିଳିଛି । ସେହିପରି ବରିଷ୍ଠ ଖେଳାଳି ଯଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କୁ ଏହି ଟେଷ୍ଟ ସିରିଜରେ ବିଶ୍ରାମ ଦିଆଯାଇଛି । ଆସନ୍ତା ୨୫ ନଭେମ୍ବରରେ କାନୁପରରେ ପ୍ରଥମ ଟେଷ୍ଟ ଖେଳାଯିବା ସହ ଡିସେମ୍ବର ୩ରେ ମୁମ୍ବାଇରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯିବ ।