ବସରେ ଲାଉଡସ୍ପିକପର ମନା

ବେଙ୍ଗାଲୁରୁ: ବସରେ ଲାଉଡସ୍ପିକରରେ ଗୀତ ଶୁଣିଲେ ହେବ କାର୍ଯ୍ୟାନୁଷ୍ଠାନ । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବସରୁ ଓହ୍ଲାଇବାକୁ ପଡିବ । ଏଭଳି ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସଡକ ପରିବହନ ନିଗମ (କେଏସଆରଟିସି) ବସ୍‌ ଯୋଗେ ଯାତ୍ରା କରୁଥିବା ଯାତ୍ରୀମାନେ ଲାଉଡସ୍ପିକରରେ ଗୀତ ବଜାଇ ପାରିବେ ନାହିଁ ।

ଏକ ଆବେଦନ ଉପରେ ଶୁଣାଣି କରି ଏହି ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନନ୍ତି । ବସ୍‌ ଭିତରେ ଲାଉଡସ୍ପିକରରେ ଗୀତ ଏବଂ ଭିଡିଓ ବଜାଇବା ପାଇଁ ମୋବାଇଲ୍‌ ଫୋନର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବା ଠିକ ବୋଲି କହିଛନ୍ତି କୋର୍ଟ । ଲାଉଡସ୍ପିକରରେ ଗୀତ ଶୁଣିବା ଦ୍ୱାରା ଅନ୍ୟଯାତ୍ରୀଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡୁଥିବାରୁ ଏଭଳି ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଯଦି ଏହି ନିୟମକୁ ଉକେହି ନମାନେ ତାହାଲେ ତାକୁ ତୁରନ୍ତ ବସରୁ ଓହ୍ଲାଇଦେବାକୁ କହିଛନ୍ତି କର୍ଣ୍ଣାଟକ କୋର୍ଟ ।