ରୋହିତଙ୍କୁ ମିଳିପାରେ ଆଉଏକ ବଡ ଉପହାର!

ନୂଆଦିଲ୍ଲୀ : ଆସନ୍ତା ୧୭ରୁ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ । ଏହା ସହ ଭାରତୀୟ ଦଳକୁ ଜାନୁଆରୀରେ ଦିନିକିଆ ଫର୍ମାଟରେ ନୂତନ ଅଧିନାୟକ ମଧ୍ୟ ମିଳିପାରେ । ଖୁବଶୀଘ୍ର ବିସିସିଆଇ କୋହଲିଙ୍କ ସହ ଆଲୋଚନା କରିପାରେ । ବିସିସିଆଇ ଚାହୁଁଛି ଯେ କୋହଲି ଅଧିନାୟକ ବୋଝରୁ ମୁକ୍ତ ହୋଇ ନିଜ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

ଏକ ଗଣମାଧ୍ୟମ ଖବର ଅନୁଯାୟୀ, ଜାନୁଆରୀରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଏହି ଗସ୍ତରେ ରୋହିତଙ୍କୁ ଦିନିକିଆ ଦଳର ଅଧିନାୟକ ନିଯୁକ୍ତି ଦିଆଯାଇପାରେ । ସେହିପରି କେଏଲ ରାହୁଲଙ୍କୁ ଟି-୨୦ ପରେ ଦିନିକିଆ ଦଳର ଉପ ଅଧିନାୟକ ମଧ୍ୟ ନିଯୁକ୍ତି କରାଯିବାର ଆଲୋଚନା କରାଯାଉଛି । ଏହି ଦିନିକିଆ ସିରିଜ୍‌ ଜାନୁଆରୀ ୧୧ରୁ ଆରମ୍ଭ ହେବ । ଭାରତ ସମାନ ସଂଖ୍ୟକ ଟେଷ୍ଟ ଓ ଦିନିକିଆ, ୪ଟି-୨୦ ମ୍ୟାଚ୍‌ ଖେଳିବ ।