ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକପ୍ଟର କ୍ରାଶ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକପ୍ଟର କ୍ରାଶଲ୍ୟାଣ୍ଡ କରିଛି । ଏହି ହେଲିକପ୍ଟରରେ ୨ ଜଣ ପାଇଲଟ ଓ ୩ କ୍ରୁ ମେମ୍ବର ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ସୂଚନା ଅନୁଯାୟୀ ହେଲିକପ୍ଟରଟି ମଝି ଆକାଶରେ ଉଡୁଥିବା ବେଳେ ହଠାତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ କ୍ରାଶ ଲ୍ୟାଣ୍ଡ କରିବା ପୂର୍ବରୁ ଏଥିରେ ଥିବା ସମସ୍ତ ମେମ୍ବର ବାହାରକୁ ବାହାରି ଯାଇଥିଲେ । ଏନେଇ ସେନା ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।