ସପ୍ନାଙ୍କ ନାମରେ ଆରେଷ୍ଟ ୱାରେଣ୍ଟ

ୟୁପି: ଡ୍ୟାନ୍ସର ସପ୍ନା ଚୌଧୁରୀଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି ଲକ୍ଷେ୍ନøର ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ । ଆସନ୍ତା ୨୨ ସୁଦ୍ଧା ତାଙ୍କୁ ଗିରଫ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ତାଙ୍କର ଏକ ନୃତ୍ୟ କାର୍ଯ୍ୟକ୍ରମ ଲାଗି ଟିକେଟ ବିକ୍ରି କରାଯାଇଥିଲା । ମାତ୍ର ସେ ଏହି କାର୍ଯ୍ୟକ୍ରମକୁ ବାତିଲ କରିବା ସତ୍ତେ୍ୱ ଦର୍ଶକଙ୍କ ଟିକେଟ ବାବଦ ଅର୍ଥ ଫେରସ୍ତ କରିନଥିଲେ । ପୂର୍ବରୁ ଏ ସଂକ୍ରାନ୍ତ ଏଫଆଇଆରକୁ ରଦ୍ଦ କରିବା ଲାଗି ସେ କୋର୍ଟକୁ ଯାଇଥିଲେ, ମାତ୍ର ତାଙ୍କ ଆବେଦନ ଖାରଜ ହୋଇଯାଇଥିଲା । ଗତ ୨୦୧୮ ଅକ୍ଟୋବର ୧୩ରେ ଏକ ନୃତ୍ୟ କାର୍ଯ୍ୟକ୍ରମ ହେବା ଲାଗି ଆୟୋଜନ ହୋଇଥିଲା ଏବଂ ସହସ୍ରାଧିକ ଟିକେଟ ବିକ୍ରି ହୋଇଥିଲା । ମାତ୍ର ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିବାରୁ ତାଙ୍କ ବିରୋଧରେ ଅକ୍ଟୋବର ୧୪ ତାରିଖରେ ସ୍ଥାନୀୟ ଆସିୟାନା ଥାନାରେ ମାମଲା ରୁଜୁ ହୋଇଥିଲା । ତାଙ୍କ ସହ ଅନ୍ୟ ୫ ଜଣଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିବା ଜଣାପଡିଥିଲା ।