ବିନା ପ୍ୟାଣ୍ଟରେ ବୁଲି ଟ୍ରୋଲର ଶିକାର ହେଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଓ ତାଙ୍କ ପୁଅ ସହ ମୁମ୍ବାଇର ରାସ୍ତାରେ ନଜର ଆସିଥିଲେ । ତାଙ୍କ ଡ୍ରେସିଂ ସେନ୍ସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେ ପ୍ୟାଣ୍ଟ ନ ପିନ୍ଧି ରାସ୍ତାରେ ଯାଉଥିଲେ । ଯାହା ଲୋକଙ୍କୁ ପସନ୍ଦ ଆସିନଥିଲା । ଯାହା ଫଳରେ ତାଙ୍କୁ ୟୁଜର୍ସମାନଙ୍କ ଟ୍ରୋଲର ଶିକାର ହେବାକୁ ପଡିଛି । ୟୁଜର୍ସ ତାଙ୍କୁ ବିଭିନ୍ନ କମେଣ୍ଟ ଦେଉଛନ୍ତି । ଜଣେ ୟୁଜର୍‌ ଲେଖିଛନ୍ତି ବୋଧହୁଏ ସେ ତରବରିଆ ଥିଲେ ଏବଂ ଅନ୍ୟ ଜଣେ ଲେଖିଛନ୍ତି ମ୍ୟାଡାମ୍‌ ସାଲୱାର ପିନ୍ଧିବାକୁ ଭୁଲି ଯାଇଛନ୍ତି । ତାଙ୍କର ଏହି ଭିଡିଓ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି