ଆହୁରି ଶସ୍ତା ହେବ ପେଟ୍ରୋଲ-ଡିଜେଲ!

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ-ଡିଜେଲ ଭ୍ୟାଟ୍‌ ହ୍ରାସ କରିଥିଲେ କେନ୍ଦ୍ର ସରକାର । ପରେ ଅନେକ ରାଜ୍ୟ ପେଟ୍ରୋଲ-ଡିଜେଲ ଉପରୁ ଭ୍ୟାଟ କମାଇଥିଲେ । ଫଳରେ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ଏବେ ପୁଣି ଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର କମିବା ନେଇ ଆକଳନ କରାଯାଉଛି । ବିଶ୍ୱର ଦ୍ୱିତୀୟ ସର୍ବବୃହତ ତେଲ ଉପଭୋକ୍ତା ଦେଶ ଚୀନ ଏଭଳି କିଛି ପଦକ୍ଷେପ ନେବାକୁ ଯାଉଛି ଯାହା ଦ୍ୱାରା ଅଶୋଧିତ ତୈଳ ଅଧିକ ପରିମାଣରେ ମହଜୁଦ ରହିପାରିବ ।

ମିଳିଥିବା ସୂଚନା ଅନୁସାରେ ଜରୁରୀକାଳୀନ ବ୍ୟବହାର ପାଇଁ ରଖିଥିବା ଅଶୋଧିତ ତୈଳ ରିଲିଜ କରିପାରେ ଚୀନ । ଯାହା ଫଳରେ ଏହାର ସିଧାସଳଖ ପ୍ରଭାବ ପଡିବ । ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୫ ଡଲାରରୁ ଉପରକୁ ଚାଲିଯାଇଥିଲା । ଯାହାକି ୨୦୧୪ ପରଠାରୁ ସବୁଠାରୁ ଅଧିକ । ଯଦି ଚୀନ ଓ ଆମେରିକା ନିଜର ତୈଳ ଭଣ୍ଡାର ନିସ୍କାସନ କରନ୍ତି ତେବେ ବିଶ୍ୱରେ ତୈଳ ଦର ହ୍ରାସ ପାଇବା ସହ ଭାରତ ମଧ୍ୟ ଉପକୃତ ହେବ ।