କୋଲକାତା: ଟି-୨୦ ଦଳର ଅଧିନାୟକ ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଶେଷ ଟି-୨୦ ମ୍ୟାଚରେ ଇତିହାସ ରଚିଛନ୍ତି । ରୋହିତ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍ ତାଲିକାରେ ରୋହିତ ଦ୍ୱିତୀୟକୁ ଉଠିଛନ୍ତି । ଏହି ତାଲିକାରେ ପ୍ରଥମରେ ରହିଛନ୍ତି ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗପ୍ଟିଲ୍ । ରୋହିତ ଟି-୨୦ ଫର୍ମାଟରେ ୧୧୯ଟି ମ୍ୟାଚ୍ ଖେଳି ୧୫୦ଟି ଛକା ମାରିଛନ୍ତି । ଇଡେନ୍ଗାର୍ଡେନରେ ଖେଳାଯାଇଥିବା ମ୍ୟାଚରେ ରୋହିତ ଲକି ଫର୍ଗ୍ୟୁସନଙ୍କ ବଲ୍ରେ ଛକା ମାରି ଏହି ରେକର୍ଡ କରିଛନ୍ତି । ତେବେ ଏହି ତାଲିକାରେ ଶୀର୍ଷରେ ଥିବା ମାର୍ଟିନ ଗପ୍ଟିଲ୍ ଟି-୨୦ରେ ରୋହିତଙ୍କ ଠାରୁ ଅଧିକ ୧୧ଟି ଛକ୍କା ମାରିଛନ୍ତି । ସେ ୧୧୨ ମ୍ୟାଚ୍ ଖେଳି ୧୬୧ ଛକା ମାରିଛନ୍ତି ।
Prev Post
Next Post