ଶିଶୁଙ୍କ ପାଇଁ ଦିନେ ଆଠଗଡ ହେବ ନଂ-୧

ଆଠଗଡ଼ : ଆଠଗଡ଼ ବ୍ଳକ ଅନ୍ତର୍ଗତ କୁଲେଇଲୋ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟକୁ ଆଠଗଡ଼ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦଘାଟନ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ । ଏହି ଅବସରରେ ଆଜିର ଛାତ୍ରଛାତ୍ରୀ ଆଗାମୀ କାଲିର ଭବିଷ୍ୟତ ବୋଲି କହିବା ସହ ଶିଶୁଙ୍କ ପାଇଁ ଦିନେ ଆଠଗଡ ନମ୍ୱର୍‌ ୱାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ସ୍ଥାନୀୟ ଅଞ୍ଚଳରେ ଏମିତି ଏକ ଆଦର୍ଶ ବିଦ୍ୟାଳୟର ନିର୍ମାଣ ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଠଗଡ଼ ଅଞ୍ଚଳପାଇଁ ଗର୍ବର ଓ ଗୌରବର ବିଷୟ ବୋଲି କହିଛନ୍ତି ।